ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଭିନ୍ନ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି । କରୋନା ପାଇଁ ଚଳିତବର୍ଷ ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ କରାଯାଇଥିଲା । ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ଯୋଡ଼ି ହୋଇଥିଲେ । ବିଜେତାମାନେ ନିଜ ନିଜ ସ୍ଥାନରୁ ଲଗ ଇନ୍ କରି ଏହି ଉତ୍ସବରେ ଭାଗ ନେଇଥିଲେ। ତେବେ ଜାତୀୟ କ୍ରୀଡା ଦିବସ ଅବସରରେ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଦୂତୀ ଚାନ୍ଦଙ୍କ ସହ ଅତନୁ ଦାସ (ତୀରନ୍ଦାଜ), ସତୀଶ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଚନ୍ଦ୍ରଶେଖର ରେଡ୍ଡୀ (ବ୍ୟାଡମିଣ୍ଟନ), ବିଶେଷ ଭୃଗୁବଂଶୀ ( ବାସ୍କେଟବଲ), ସୁବେଦାର ମାନିସ କୌଶିକ (ବକ୍ସିଂ), ଲୋଭିନା ବରଗୋହେନ( ବକ୍ସିଂ), ଇଶାନ୍ତ ଶର୍ମା (କ୍ରିକେଟ), ଦିପ୍ତି ଶର୍ମା (କ୍ରିକେଟ), ସାଓ୍ଵନ୍ତ ଅଜୟ ଅନନ୍ତ ( ଅଶ୍ୱାରୋହଣ), ସଂଦେଶ ଝିଙ୍ଗନ(ଫୁଟବଲ), ଅଦିତି ଅଶୋକ ( ଗଲ୍ଫ), ଅକାଶଦୀପ ସିଂ ଓ ଦୀପିକା (ହକି), ଦୀପକ (କବାଡି), କାଲେ ସୁଧାକର ( ଖୋ ଖୋ), ଦତ୍ତୁ ବାବନ ଭୋକାନାଲ( ନୌଚାଳନା), ମାନୁ ଭାସ୍କର ଓ ସୌରଭ ଚୌଧୁରୀ ( ବନ୍ଧୁକ ଚାଳନା), ମଧୁରିକା ସୁହାସ ପାଟକର (ଟେବୁଲ ଟେନିସ), ଦିଭିଜ ସରନ (ଟେନିସ), ସିୟା କେଶବନ୍ (ଶୀତକାଳୀନ କ୍ରୀଡା), ଦିବ୍ୟା କକରନ ଓ ରାହୁଲ ଆବାରେ (କୁସ୍ତି), ସୁୟାଂଶ ନାରାୟଣ ଯାଦବ (ପାରା ସନ୍ତରଣ), ସନ୍ଦିପ (ପାରା ଅଥଲେଟିକ୍ସ) ଏବଂ ମନୀଷ ନରଓ୍ଵାଲ ( ପାରା ସୁଟିଂ)ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।
ଅର୍ଜୁନ ପୁରସ୍କାର ସହ କ୍ରୀଡ଼ାବିତମାନଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ, ଦ୍ରୋଣାଚାର୍ୟ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ଦିଆଯାଇଛି। ଏଥର ୫ ଜଣ କ୍ରୀଡ଼ାବିତଙ୍କ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯାଇଛି । ସେ ମଧ୍ୟରେ ରହିଛନ୍ତି କ୍ରିକେଟ ଖେଳାଳି ରୋହିତ ଶର୍ମା, ପାରା ଅଥଲେଟ ମାରିୟପ୍ପାନ ଟି., ଟେବୁଲ ଟେନିସ ଖେଳାଳି ମଣିକା ବାତ୍ରା, ରେସଲର ବିନେଶ ଫୋଗଟ, ହକି ଖେଳାଳି ରାନି।