ଦାରିଙ୍ଗିବାଡି ସେବାଶ୍ରମ ସ୍କୁଲ ଛାତ୍ରୀଙ୍କ ମା ହେବା ପ୍ରସଙ୍ଗକୁ ନେଇ ମହିଳା କଂଗ୍ରେସ ତୀବ୍ର ପ୍ରତିବାଦ କରିଛି । ଆଜି ଏକ ଶୋଭାଯାତ୍ରାରେ ଶତାଧିକ ମହିଳା କଂଗ୍ରେସ କର୍ମକର୍ତ୍ତା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି । ଆଦିବାସୀ କଲ୍ୟାଣ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଦାବୀ କରିବା ସହ କନ୍ଧମାଳ ଜିଲ୍ଲାପାଳ ଓ ବିଭାଗୀୟ ସଚିବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେ ସଭାପତି ଗିତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।