ଶନିବାର ସକାଳ ପ୍ରାୟ ୭.୩୦ ସମୟରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଶହ ଶହ ଲୋକଙ୍କ ଜୀବନ . ପୁରୀ ମାଳତିପଡା ଲେବୁଲ କ୍ରସିଂ ପାଖରେ ପୁରୀ-ତପସ୍ୱିନୀ ଏକ୍ସପ୍ରେସ ଯିବା ସମୟରେ ରେଳ ଫାଟକ ସଂପୂର୍ଣ୍ଣରୂପେ ଖୋଲାଥିବା ନଜର ଆସିଛି. ମାତ୍ର ସୌଭାଗ୍ୟ ବଶତଃ ଏକ ବଡ ବିପଦରୁ ବର୍ତ୍ତି ଯାଇଥିଲେ ସମସ୍ତେ. ଟ୍ରେନ ଆସିବା ପୂର୍ବରୁ ରେଳ ଫାଟକରେ ଥିବା କର୍ମଚାରୀ ସଂକେତ ଦେବା କଥା. ହେଲେ ଏସବୁ ନୀତି ନିୟମକୁ ଉଲଂଘନ କରି ଟ୍ରେନ ଯିବା ସମୟରେ ଗେଟ୍ କିଭଳି ଖୋଲା ଛାଡି ଦିଆଗଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି . ତେବେ ଏହି ଘଟଣା ପରେ ଇଷ୍ଟକୋଷ୍ଟ ରେଲୱେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ଏବଂ ଗେଟମ୍ୟାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here