ରାୟଗଡା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡା ମାଣିକେଶ୍ୱରୀ ମନ୍ଦିରରୁ ଅଷ୍ଟଧାତୁରେ ନିର୍ମିତ ବିଗ୍ରହ ମୂର୍ତ୍ତି ଚୋରି ହେବାର 24 ଘଣ୍ଟା ନ ପୁରୁଣୁ ରାୟଗଡା ବିମଳା ମନ୍ଦିରରୁ ଆଉ ଏକ ଚୋରି ହୋଇଛି. ଶନିବାର ସକାଳ ସମୟରେ ପୂଜକ ମନ୍ଦିରରେ ପୂଜାଅର୍ଚ୍ଚନା କରୁଥିଲେ. ସେହି ସମୟରେ ଜଣେ ଚୋର ଆସି ମନ୍ଦିର ପୂଜକଙ୍କ ନଜରରୁ ବଞ୍ଚି ବିମଳା ମନ୍ଦିରରୁ ରୂପା ମୁକୁଟ ଧରି ଚମ୍ପଟ ମାରିଥିଲା. ପରେ ପୂଜକ ମୁକୁଟ ନ ଥିବା ଦେଖିବାକୁ ପାଇଥିଲେ. ସ୍ଥାନୀୟ ଲୋକଙ୍କୁ ଏ ବିଷୟରେ ଖବର ମିଳିବା ପରେ ସେମାନେ ଚୋରକୁ ଖୋଜିଥିଲେ. ଅନେକ ଖୋଜାଖୋଜି ପରେ ତାକୁ ଧରି ପୋଲିସ ଜିମା ଦେଇଥିଲେ ଓ ଚୋରି ମୁକୁଟ ଉଦ୍ଧାର କରିଥିଲେ.

LEAVE A REPLY

Please enter your comment!
Please enter your name here