ଇଏ ହେଉଛି ରାୟଗଡା ସହରର ମାଙ୍କଡ ଝୋଲା ବସ୍ତି । ବସ୍ତି କହିଲେ ଦିନ ମଜୁରିଆ ଭାବେ କାମ କରୁଥିବା ୧୨୧ ଗୋଟି ପରିବାର । ଜୀବନ ଓ ଜୀବିକାର ଦୋ ଛକିରେ ଛନ୍ଦି ହୋଇଯାଇଛନ୍ତି ମାଙ୍କଡ ଝୋଲା ବସ୍ତିର ଲୋକେ । ଘରୁ ବାହାରିଲେ ଜୀବନ ପ୍ରତି ବିପଦ ଏବଂ ଘରେ ରହିଲେ ଜୀବନ ଚାଲି ଯାଇପାରେ । କରୋନା ପ୍ରଶମିତ କରିବା ପାଇଁ ହୋଇଥିବା ୨୧ ଦିନିଆ ଲକ୍ ଡାଉନ୍ କେବେ ସରିବ ସେହି ଚିନ୍ତା ସେମାନଙ୍କୁ ଘାରିଛି । ଜୀବନ ବଞ୍ଚାଇବା ପାଇଁ କରୋନା ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି ସମସ୍ତେ । ଘରୁ ବାହାରିଲେ ପୋଲିସର ଲାଠି ମାଡକୁ ଭୟ । ଅନ୍ୟପଟେ କାମ ଧନ୍ଦା ବି ନାହିଁ । ଆଗରୁ ରୋଜଗାର କରି ସଞ୍ଜୟ କରିଥିବା ଟଙ୍କା ସରିବାକୁ ଆସିଲାଣି । ଦୋକାନୀ ବି ଧାର କରଜ ଦେବାକୁ ମନା କରିଦେଉଛନ୍ତି । ବସ୍ତିରେ ସମସ୍ତେ ତ ଖଟିଖିଆ, ଧାର ମାଗିବେ କାହାକୁ । ନିଜେ କେମିତି ବଞ୍ଚିବେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କୁ ବଞ୍ଚେଇବା ଚିନ୍ତା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଛି ।ଗରିବ, ଖଟିଖିଆ, ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । ମାତ୍ର ଏଯାଏଁ ମାଙ୍କଡ ଝୋଲା ବସ୍ତିରେ ପହଞ୍ଚିନି ସରକାରୀ ସହାୟତା ।

LEAVE A REPLY

Please enter your comment!
Please enter your name here