ଦିଲ୍ଲୀରେ ହୋଇଥିବା ନିଜାମୁଦ୍ଦିନ ଧାର୍ମିକ ସମାବେଶ ଚିନ୍ତା ବଢାଇଛି । ନିଜାମୁଦ୍ଦିନ ସ୍ଥିତ ତବଲିଗ ମରକଜରେ ସଂକ୍ରମିତ ଚିହ୍ନଟ ହେବା ଘଟଣା, ସ୍ୱାସ୍ଥ୍ୟ ବିଭାଗ, ଗୃହମନ୍ତ୍ରାଳୟ ଓ ଦିଲ୍ଲୀ ସରକାରଙ୍କ ନିଦ ଉଡାଇ ଦେଇଛି । ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀରୁ ଫେରିଥିବା ଯାଜପୁର ବିଂଝାରପୁର ବ୍ଲକ ଶାସନ୍ଦା ଗ୍ରାମର ଜଣେ ୫୦ବର୍ଷୀୟ ବ୍ୟକ୍ତିଙ୍କୁ ମଙ୍ଗଳବାର ବିଳମ୍ଵିତ ରାତିରେ ବିଂଝାରପୁର ପ୍ରଶାସନ ଉଠାଇ ନେଇଛି ।

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଶାସନ୍ଦା ଗ୍ରାମର ଜଣେ ୫୦ବର୍ଷୀୟ ବ୍ୟକ୍ତି ଗତ ୧୭ ତାରିଖରେ ଦିଲ୍ଲୀରୁ ବାହାରି ୧୯ ତାରିଖରେ ଘରେ ପହଞ୍ଚିଥିଲେ । ନିଜାମୁଦ୍ଦିନ ଫେରନ୍ତା ଜଣକ ପରିବାର ସମେତ ଗ୍ରାମର ବହୁ ଲୋକଙ୍କ ସହିତ ମିଳାମିଶା କରିଥିବା ଅର୍ଥାତ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ଏହା ସହ ଧାର୍ମିକ ସମ୍ମିଳନୀରୁ ଫେରିଲା ପରେ ତାଙ୍କୁ ଥଣ୍ଡା ଓ ଜ୍ଵର ହୋଇଥିଲା । ପରେ ଔଷଧ ଖାଇ ଭଲ ହୋଇଥିଲେ ବୋଲି ପରିବାର ଲୋକ କହିଛନ୍ତି । ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି । ବିଂଝାରପୁର ତହସିଲଦାର ଅସ୍ମୀତା ଦାଶ, ଆଇଆଇସି ଶିବଚରଣ ବେହେରା ଓ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ଗତକାଲି ରାତି ସାଢେ୧୨ଟାରେ ଶାସନ୍ଦା ଗ୍ରାମରେ ପହଞ୍ଚି ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here