ଜୁଲାଇ ମାସରେ କରୋନା ସଙ୍କ୍ରମଣ ଅଧିକ ରହିବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ଓଡିଶାରେ ଗୋଷ୍ଠୀ ସଙ୍କ୍ରମଣ ହୋଇନି । ଓଡିଶାରେ ଯେଉଁମାନେ ସଙ୍କ୍ରମଣ ହେଉଛନ୍ତି ସେଥିମଧ୍ୟରୁ ଅଧିକ ଲକ୍ଷଣ ବିହିନ ଅଛନ୍ତି । ଯେତେ ଅଧିକ ଟେଷ୍ଟ କରାଯିବ , ଅଧିକ ସଙ୍କ୍ରମିତ ଚିହ୍ନଟ ହୋଇପାରିବେ । ଆଇସିଏମଆରର ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଘରକୁ ଘର ବୁଲି ଆଶା ଏବଂ ଅଙ୍ଗନୱାଡି କର୍ମୀ ସର୍ଭେ କରୁଛନ୍ତି । ଅଧିକ ଟେଷ୍ଟ ହେଲେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ । ଏବଂ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇ ସଙ୍କ୍ରମଣ ରୋକାଯାଇପାରିବ ।

LEAVE A REPLY

Please enter your comment!
Please enter your name here