ଆଜି ମୁକୁଳିବେ ସାରଥି । ହାଇକୋର୍ଟଙ୍କ ନିଦେ୍ର୍ଦଶର ୭୨ ଘଣ୍ଟା ପରେ ମଧ୍ୟ ଜେଲରୁ ମୁକୁଳି ପାରିନାହାଁନ୍ତି ସାରଥୀ । ଏବେ ସୁଦ୍ଧା ଜେଲକୁ ଆସିନାହିଁ ନିଦେ୍ର୍ଦଶ । ଆଜି ଏହି ନିଦେ୍ର୍ଦଶ ପହଁଞ୍ଚିବ ବୋଲି ଚର୍ଚ୍ଚା ହେଉଛି । ମୁକୁଳିବାବେଳେ ସାରଥୀଙ୍କ ସମର୍ଥନ କୌଣସି ପ୍ରକାର ଶୋଭାଯାତ୍ରା କରିପାରିବେ ନାହିଁ ବୋଲି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଗତ ୨୨ ତାରିଖରେ ହାଇକୋର୍ଟ ସାରଥୀଙ୍କୁ ଜାମିନ ପ୍ରଦାନ କରିଥିଲେ । ପାଖାପାଖି ୪ ବର୍ଷ ପରେ ତାଙ୍କୁ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି । ଏ ସମ୍ପର୍କରେ ସାରଥୀଙ୍କ ଓକିଲ ସୂଚନା ଦେଇଛନ୍ତି । ତଦନ୍ତରେ ସାହାର୍ଯ୍ୟ କରିବାକୁ ସାରଥୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଜେଲରୁ ମୁକୁଳିଲେ ବାରିମୂଳ ଆଶ୍ରମ କିମ୍ବା ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । କୌଣସି ସ୍ଥାନରେ ଇଶ୍ୱର ବିଶ୍ୱାସକୁ ନେଇ ପୁଣି ପ୍ରବଚନ ଦେଇପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି କୋର୍ଟ ।

LEAVE A REPLY

Please enter your comment!
Please enter your name here