ଦିନକୁ ଦିନ ସ୍ମାର୍ଟସିଟି ଭୁବନେଶ୍ୱରରେ ବଢିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ଆଜି ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ କମ୍ପଲେକ୍ସରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ଏକ ଛୋଟ ହୋଟେଲ ମଧ୍ୟରୁ ଯୁବକ ଜଣକର ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁର କାରଣ ଜଣାପଡିନାହିଁ । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କବାଟ ବନ୍ଦ ରହିଥିବା ଘର ମଧ୍ୟରୁ ମୃତ ଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଯୁବକ ଜଣକର ପରିଚୟ ମିଳିପାରି ନଥିବା ବେଳେ ଘଟଣାସ୍ଥଳରେ ପୁଲିସ ତନାଘନା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here