ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲର ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ଯୁବକକୁ ଚିହ୍ନଟ କରିଛି ପୋଲିସ । ଗତକାଲି ସକାଳେ ଯାଜପୁର ଜିଲ୍ଲା କୁଆଖିଆ ଅଂଚଳରୁ ଝରାଫୁଲର ମୃତଦେହ ମିଳିଥିଲା । ଦୁଇଜଣ ଯୁବକ ଏକ ସ୍କୁଟରରେ ଆଣି ଝରାଫୁଲକୁ ଫିଙ୍ଗିଦେଇ ପଳାଇଥିଲେ । ଏକ ଇଟାଭାଟିରେ ଲାଗିଥିବା ସିସିଟିଭି ଫୁଟେଜରୁ ଦୁଇ ଯୁବକଙ୍କ ଚିତ୍ର କଏଦ ହୋଇଥିଲା । ସିସିଟିବି ଫୁଟେଜ ଓ ଝରାଫୁଲ ମୋବାଇଲ କଲ୍ ନମ୍ବର ଯାଞ୍ଚ କରି ପୋଲିସ ଅପରାଧୀ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ଝରାଫୁଲର ବାପା ରାକେଶ ନାମକ ଜଣେ ଯୁବକଙ୍କୁ ସନ୍ଦେହ କରୁଛନ୍ତି । ତାଙ୍କ ଗାଁରେ ପାଇପ କାମ କରୁଥିବା ରାକେଶ ସହ ଝରାଫୁଲର ପ୍ରେମ ସଂପର୍କ ଥିବା ଏବଂ ପରିବାର ଲୋକଙ୍କ ବାରଣ ସତ୍ତ୍ବେ ଝିଅ ତା ସହ କଥାବାର୍ତ୍ତା କରୁଥିବା ଝରାଫୁଲର ବାପା କହିଛନ୍ଚି । ଗତ 24 ତାରିଖରେ ଝରାଫୁଲ ଜଣେ ବନ୍ଧୁଙ୍କ ଝିଅ ଜନ୍ମଦିନରେ ଯୋଗଦେବାକୁ ଭୁବନେଶ୍ବର ଆସିଥିଲା । ଜନ୍ମଦିନରେ ଯୋଗଦେଇସାରି ତା ପରଦିନ ସେ ଗାଁକୁ ଫେରିବା ପାଇଁ ବସରେ ବସିଥିଲା । ମାତ୍ର ତା ଦେହ ଖରାପ ଥିବାରୁ ସେ ସୋନାଲି ନାମ୍ନୀ ସାଙ୍ଗ ଘରେ ରହିଥିବା ପରିବାର ଲୋକଙ୍କୁ ଜଣାଇଥିଲା । କିନ୍ତୁ ପରଦିନ ସକାଳେ ତାର ମୃତଦେହ ମିଳିବା ଏବେ ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି ।

LEAVE A REPLY

Please enter your comment!
Please enter your name here