କଂଗ୍ରେସ ଭବନରେ ଆଜି ଦେଖିବାକୁ ମିଳିଛି ଦଳୀୟ ଗୋଷ୍ଠୀକନ୍ଦଳର ଉଗ୍ରରୂପ । ସାଧାରଣ ପରିଷଦ ବୈଠକ ପୂର୍ବରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏପରିକି ବୈଠକ ପାଇଁ ତିଆରି କରାଯାଇଥିବା ମ଼ଞ୍ଚକୁ ଅନ୍ୟ ଗୋଷ୍ଠୀ ଭାଙ୍ଗିଦେଇଛନ୍ତି । ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ବିରୋଧ କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ବିଷ୍ଣୁଙ୍କ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ନେଇ ଅଭିଯୋଗ ହୋଇଛି । ପିସିସି ସଭାପତିଙ୍କ ଉପସ୍ଥିତିରେ ଦୁଇଗୋଷ୍ଠୀ ଭିତରେ ଠୋଲାପେଲା ହୋଇଥିଲା । ତେବେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଶୃଙ୍ଖଳିତ ସଭ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here