ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଥିବା ବେଳେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀଙ୍କୁ ଅତିରିକ୍ତ ଡିଜିପି ଦାୟିତ୍ବ ଦେଇଛନ୍ତି । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ଶ୍ରୀ ଷଡଙ୍ଗୀ ଅତିରିକ୍ତ ଭାବେ ଡିଜିପି ଦାୟିତ୍ବ ନିର୍ବାହ କରିବେ । ଆଜି ପୋଲିସ ମୁଖ୍ୟାଳୟରେ ସେ ବିଦାୟୀ ଡିଜିପି ସୁନୀଲ ବଂଶଲଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । 1990 ବ୍ୟାଚ ଆଇପିଏସ ଶ୍ରୀ ଅରୁଣ ଷଡଙ୍ଗୀଙ୍କ ଘର ବଲାଙ୍ଗୀର ଜିଲ୍ଲାରେ । ତେବେ ରାଜ୍ୟ ସରକାର ଡିଜିପି ପଦରେ ନିଯୁକ୍ତି ଦେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ନିର୍ବାହ କରିବେ ।

LEAVE A REPLY

Please enter your comment!
Please enter your name here