ପୋଲିସ କମିଶନରଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଚ୍ୟାଲେଞ୍ଜ । ଆନ୍ଦୋଳନ ବେଳେ ଛାତ୍ର କଂଗ୍ରେସ କର୍ମୀମାନେ ଯଦି ପୋଲିସ ଉପରକୁ ଠେକା ପଥର ଫିଙ୍ଗିଥିବା ପୋଲିସ କମିଶନର ପ୍ରମାଣିତ କରିଦେବେ, ତେବେ ସେ ରାଜନୀତି ଛାଡିଦେବେ ବୋଲି କହିଛନ୍ତି ତାରା । କିନ୍ତୁ ଯଦି ସେ ପ୍ରମାଣିତ କରି ନ ପାରନ୍ତି, ପୋଲିସ କମିଶନର ଇସ୍ତଫା ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ତାରା କହିଛନ୍ତି, ବିକ୍ଷୋଭ ବେଳେ ଛାତ୍ରନେତାମାନେ ପୋଲିସ ଉପରକୁ ଟମାଟୋ ଓ ଅଣ୍ଡା ଫିଙ୍ଗିବା ସତ୍ୟ, କିନ୍ତୁ ଟେକା ଫୋପାଡିବା ଭଳି ଅଭିଯୋଗରେ କୌଣସି ଆଧାର ନାହିଁ । ରାଜ୍ୟ ସରକାର ଏ ଘଟଣାର ତଦନ୍ତ ଜଣେ ବିଚାରପତିଙ୍କ ଦ୍ବାରା କରନ୍ତୁ ବୋଲି ଦାବି କରିଛନ୍ତି । ବିକ୍ଷୋଭ ବେଳେ ଆନ୍ଦୋଳନରତ ଦଳୀୟ କର୍ମୀଙ୍କୁ ପୋଲିସ ଗୋଡାଇ ଗୋଡାଇ ପିଟିବା ଏବଂ କଂଗ୍ରେସ ଭବନ ଭିତରକୁ ପଶି ଆକ୍ରମଣ କରିବା ଘଟଣାରେ ସରକାର ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here