ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଢେଙ୍କାନାଳ ତହସିଲ୍ ଅଫିସର ଅମୀନ ଶୁଭ୍ରଜ୍ୟୋତି ସାହୁ. ଜମିଚିହ୍ନଟ କରଣର ସାର୍ଟିଫାଏଡ କପି ପାଇଁ ସେ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି. ସୂଚନା ଅନୁସାରେ, ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ବେଶାଳିଆ ଗ୍ରାମର ଅରୁଣ ପଟ୍ଟନାୟକ ଜଣେ ବ୍ୟକ୍ତିଙ୍କ ଜମି ଚିହ୍ନଟକରଣର ସାର୍ଟିଫାଏଡ କପି ପ୍ରଦାନ ପାଇଁ ଶୁଭ୍ରଜ୍ୟୋତି ଏକ ହଜାର ଟଙ୍କା ଲାଞ୍ଚ ନେବେ ବୋଲି କହିଥିଲେ. ଅରୁଣ ଏ ସଂକ୍ରାନ୍ତରେ ସିବିଆଇରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅମୀନ ଶୁଭ୍ରଜ୍ୟୋତି.

LEAVE A REPLY

Please enter your comment!
Please enter your name here