ଠିକା କର୍ମଚାରୀ ବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରିଛି କର୍ମଚାରୀ ମହାମଞ୍ଚ. ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅଭାବ ଥିବା ବେଳେ ସରକାର ଗତ ୧୫ ବର୍ଷ ଧରି ଠିକା କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛନ୍ତି. ବାରମ୍ବାର ଦାବି ସତ୍ତ୍ୱେ ସରକାର ଠିକା କର୍ମଚାରୀଙ୍କୁ ନ୍ୟାୟ ଦେଉନାହାନ୍ତି ବୋଲି ମହାସଂଘ ଅଭିଯୋଗ କରିଛି. ପ୍ରତିବାଦରେ କର୍ମଚାରୀ ମହାମଂଚ ପକ୍ଷରୁ ବିଶାଳ ଶୋଭାଯାତ୍ରା ରାମମନ୍ଦିର ଛକରୁ ବାହାରି ଲୋୟର ପିଏମଜିରେ ପହଞ୍ଚିଥିଲା. ମହାମଂଚର ଆବାହକ ବିଶିଷ୍ଟ କର୍ମଚାରୀ ନେତା ପ୍ରଭାତ ମହାନ୍ତି ଦାବି ପୂରଣ ଦିଗରେ ସରକାର ଟାଳଟୁଳ ନୀତି ଗ୍ରହଣ କଲେ ନିର୍ବାଚନରେ ଭୟଙ୍କର ପରିଣାମ ଭୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି.