ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ଇଣ୍ଟରନ୍ୟାସନାଲ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ. ଗତ ଦୁଇ ଦିନ ଧରି ବିଭିନ୍ନ ପ୍ରକାରର ଦେଶୀ ଓ ବିଦେଶୀ ଭେଜ୍‌ ନନଭେଜ୍‌ ଆଇଟମର ମଜା ନେଉଛନ୍ତି ରାଜଧାନୀବାସି. ଖାଲି ଚଟାପଟ ଖାଦ୍ୟ ନୁହେଁ ଶୀତୁଆ ସନ୍ଧ୍ୟାରେ ରକ୍‌ବ୍ୟାଣ୍ଡ ବିଟରେ ମଧ୍ୟ ମତୁଆଲା ହୋଇଛନ୍ତି ଯୁବପିଢ଼ୀ. ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟରେ ଜମିଛି ଜାପାନିଜ୍‌, ଥାଇ ଓ ଜର୍ମାନର ପ୍ରସିଦ୍ଧ ଖାଦ୍ୟର ଆସର । ୨୩ଟି ଷ୍ଟଲରେ ମିଳୁଛି ୧୬ଟି ଦେଶର ସୁସ୍ୱାଦୁ ଖାଦ୍ୟ । ଗତକାଲି ରବିବାର ଥିବାବେଳେ ଆମିଷ ଖାଦ୍ୟର ଜବରଦସ୍ତ ମଜା ନେଇଥିଲେ ଖାଦ୍ୟପ୍ରେମୀ । ତେବେ ସୋମବାର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିବାକୁ ଡଟ୍ ଫେଷ୍ଟ୍ ମଞ୍ଚ ଅପେକ୍ଷା ସେହି କଣ୍ଠଶିଳ୍ପୀଙ୍କୁ. ଯିଏ ନିଜ କଣ୍ଠରେ ସବୁ ଦର୍ଶକଙ୍କୁ ମତୁଆଲା କରିଛନ୍ତି. ତାଙ୍କ କଣ୍ଠରୁ କେତେବେଳେ ରଙ୍ଗବତୀ କନକଲତା ଗୀତ ଶୁଭେ ତ ଆଉ କେତେବେଳେ ଅମ୍ବର ସରିଆ…ଭଳି ଗୀତ. ଆଜ୍ଞା ହଁ, ସେ ଆଉ କେହି ନୁହଁନ୍ତି. ସେ ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟ ସୋନା ମହାପାତ୍ର. ଶୀତୁଆ ସଞ୍ଜରେ ସୋନାଙ୍କ କଣ୍ଠରେ ଦର୍ଶକେ ଝୁମିବାକୁ ଥିବାବେଳେ ଡିସେମ୍ବର ୪ ତାରିଖରେ ମଞ୍ଚରେ ଶୁଭିବ ଫୋକ୍ ସ୍କେପ୍ ଫେଷ୍ଟ୍. ଯାହା ଲୋକନୃତ୍ୟ ଓ ସଂଗୀତ ପାଇଁ ସମର୍ପିତ ହେବ. ତେବେ ଏହି ଫେଷ୍ଟିଭାଲ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

LEAVE A REPLY

Please enter your comment!
Please enter your name here