ଶେଷ ହୋଇଛି ଐତିହାସିକ ବାଲିଯାତ୍ରା । ୧୦ ଦିନ ଧରି ମହାନଦୀର ଗଡଗଡିଆ ଘାଟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ରବିବାର ଶେଷ ହୋଇଛି । ଶେଷ ଦିନରେ ପଡିଆରେ ଲାଗିଥିଲା ଲୋକଙ୍କ ନାହିଁ ନଥିବା ଭିଡ । ଶେଷ ଦିନ ରବିବାର ଥିବାରୁ ଦିନ ଗୋଟାଏ ବେଳକୁ ଭିଡ ଆରମ୍ଭ ହୋଇଯାଇଥିବାବେଳେ ଲୋକେ ବାଲିଯାତ୍ରା ପଡିଆ ମୁହାଁ ହୋଇଥିଲେ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ଅନ୍ୟପଟେ ଚଳିତବର୍ଷ ବାଲିଯାତ୍ରାରେ ବେପାରୀ ବି ମାଲାମାଲ ହୋଇଛନ୍ତି । ବିଶେଷକରି ଓରମାସ ଷ୍ଟଲରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା । ଲୋକେ ଘରକରଣା ସାମଗ୍ରୀ କିଣିବା ସହ , ଚଟାପଟ ଖାଦ୍ୟ ଖାଇ ଦୋଳି ଖେଳରେ ବାଲିଯାତ୍ରାକୁ ମନଭରି ଉପଭୋଗ କରିଥିଲେ । ଦଶ ଦିନ ବାଲିଯାତ୍ରାରେ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ଆକଳନ କରାଯାଉଛି । ଚଳିତବର୍ଷ ପ୍ରଶାସନ ପକ୍ଷରୁ ମୋଟ ୧୩୫୦ଟି ଷ୍ଟଲ ଖୋଲାଯାଇଥିଲା ।

LEAVE A REPLY

Please enter your comment!
Please enter your name here