ଓଡିଶାର ପ୍ରଥମ ପର୍ଯ୍ୟଟକ ଗାଇଡ ଭାବେ ତପନ କୁମାର ମିଶ୍ରଙ୍କୁ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ପର୍ଯ୍ୟଟକ ଗାଇଡ ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ବିଗ୍ୟାନ ଭବନ ପରିସରରେ ଆୟୋଜିତ ଏହି ସମାରୋହରେ ତପନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସେ ଏହି ସମ୍ମାନ ଗ୍ରହଣ କରିବାର ପ୍ରଥମ ଓଡ଼ିଆ ଏବଂ ପୂର୍ବ ଭାରତରେ ଦ୍ୱିତୀୟ ପର୍ଯ୍ୟଟକ ଗାଇଡ୍ । ସମଗ୍ର ଦେଶରେ ଏହି ସମ୍ମାନ ପାଇବାରେ ସେ ହେଉଛନ୍ତି ସବୁଠାରୁ କମ୍ ବୟସର ଗାଇଡ୍ । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ଜଣେ ସ୍ବୀକୃତିପ୍ରାପ୍ତ ଟୁରିଷ୍ଟ ଗାଇଡ୍ ଭାବେ ଗତ 23 ବର୍ଷ ଧରି ସେ ଶହ ଶହ ବିଦେଶୀ ପର୍ଯ୍ୟଟକଙ୍କୁ ଦେଶର ଐତିହ୍ୟ ଓ ସଂସ୍କୃତି ସହ ପରିଚିତ କରାଇଛନ୍ତି । ଜଣେ ଟୁରିଷ୍ଟ ଗାଇଡ୍ ଭାବେ ଶ୍ରୀ ମିଶ୍ର ୨୬ଟି ରାଜ୍ୟ, ୧୫ଟି ରାଜ୍ୟକୁ ଦୁଇ ଥର, ଏସିଆ ଦେଶକୁ ୩ ଥର ଗସ୍ତ କରିଛନ୍ତି । ଜଣେ ବେଲଜିଅମ ପର୍ଯ଼୍ୟଟକଙ୍କୁ ଓଡିଶାରୁ ଦେଶର 26ଟି ରାଜ୍ୟକୁ ଭ୍ରମଣ କରାଇବା ତାଙ୍କର ରୋମାଞ୍ଚକର ଅନୁଭୂତି ବୋଲି ସେ କହିଛନ୍ତି । ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ମିଳିତ ଜାତିସଂଘ ବିଶ୍ବ ପର୍ଯ୍ୟଟନ ସଂସ୍ଥାର ମହାସଚିବ ଜୁରାବ ପୋଲୋଲି କାଶିବ ଶ୍ରୀ ମିଶ୍ରଙ୍କୁ ବେଷ୍ଟ ଟୁରିଷ୍ଟ ଗାଇଡ ଅଫ ଇଣ୍ଡିଆ ସମ୍ମାନରେ ସମ୍ମାନୀତ କରିଥିବା ବେଳେ ତାଙ୍କ ପତ୍ନୀ ଜାଗୃତିଙ୍କୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ସମ୍ମାନୀତ କରିଥିଲେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିଆ ଗାଁର ପଣ୍ଡିତ ନଟବର ମିଶ୍ର ଓ କେଶିବାଳା ମିଶ୍ରଙ୍କ ସାନ ପୁଅ ହେଉଛନ୍ତି ତପନ ।

LEAVE A REPLY

Please enter your comment!
Please enter your name here