ପାକିସ୍ଥାନରେ ଡିଗ୍ରୀ ହାସଲ କରି ଆସିଲେ ଭାରତରେ ଚାକିରୀ ମିଳିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି । ତେଣୁ ଭାରତର ଯୁବାବର୍ଗ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କୁ ପାକିସ୍ଥାନରେ ଶିକ୍ଷା ଅଧ୍ୟୟନ ନ କରିବା ପାଇଁ କୁହାଯାଇଛି । ଯଦି କେହି ପାକିସ୍ଥାନରେ ଡିଗ୍ରୀ ହାସଲ କରୁଥାନ୍ତି, ସେମାନଙ୍କୁ ଭାରତ ସରକାରଙ୍କ ଅଧୀନରେ ନିଯୁକ୍ତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି । ତେବେ ଶରଣାର୍ଥୀଙ୍କ କ୍ଷେତ୍ରରେ ଏହି ନିୟମ ଅନୁସରଣ କରାଯିବ ନାହିଁ । ମାତ୍ର ସେମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଭଲ ଭାବେ ଯାଞ୍ଚ କରାଯିବ ।

LEAVE A REPLY

Please enter your comment!
Please enter your name here