ପ୍ରେମନେଲା ଜୀବନ । ରାୟଗଡା କଲେଜ ଛାତ୍ରଙ୍କ ହତ୍ୟା ପଛରୁ ହଟିଛି ପରଦା । ପ୍ରେମ ସମ୍ପର୍କକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ଏନେଇ ଟାଉନ ଥାନା ପୋଲିସ ହାତରେ ଲାଗିଛି ଠୋସ୍ ପ୍ରମାଣ । ୨ ଅଭିଯୁକ୍ତଙ୍କ ସମେତ ୩ ନାବାଳକଙ୍କୁ ଗିରଫ କରିଛି ପୋଲିସ । ଜୁନ ୧୬, କସ୍ତୁରିନଗର ଗଳିରୁ ମିଳିଲା ଏମ୍ ସୁରେଶଙ୍କ ମୃତଦେହ । ଏହାପରେ ପୋଲିସ ଏସିପି ଶ୍ରବଣ ବିବେକ,ଏମ୍ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଏବଂ ସଂନ୍ଧାନୀ କୁକୁର ପହଞ୍ଚି ମୃତ ଶରୀରକୁ ଜବତ କରି ପରିବାର ହାତରେ ହସ୍ତାନ୍ତର କରିଥିଲେ । ପରେ ମର୍ଡର ପଛର ରହସ୍ୟ ଖୋଲିବା ପାଇଁ ଲାଗିପଡିଥିଲା ଟିମ୍ । ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗୋଟେ କଲେଜରେ ପଢ଼ୁଥିଲେ ମୃତ ଏମ୍ ସୁରେଶ ଓ ଅଭିଯୁକ୍ତ ଜଣକ । ଦୁଇଜଣ ଛାତ୍ର ସେହି କଲେଜର ଗୋଟିଏ ଝିଅକୁ ପ୍ରେମ କରୁଥିଲେ । ଯୁବତୀ ଜଣକ ଏମ୍ ସୁରେଶଙ୍କୁ ପ୍ରେମ କରୁଥିଲେ । ସୁରେଶ ଓ ଛାତ୍ରୀଙ୍କ ନିବିଡ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଏହି ପ୍ରେମ ସମ୍ପର୍କକୁ ଦେଖିପାରିନଥିଲା ଅଭିଯୁକ୍ତ । ଦୁହିଁଙ୍କୁ ସବୁଦିନ ପାଇଁ ଅଲଗା କରିବାକୁ ଦୁଇ ସାଙ୍ଗ ନିରଞ୍ଜନ ବିଡିକା ଓ ମିନାରାଓ ବିଡିକା ରଚିଲେ ଷଡଯନ୍ତ୍ର । ନିିଜ ଗାଁରେ ହେଉଥିବା ଘଣ୍ଟ ପର୍ବକୁ ବୁଲିଜିବା କହି ସୁରେସଙ୍କୁ ଘରକୁ ଡାକିନେଇଥିଲେ । ବିଳମ୍ବିତ ରାତିରେ ସହରଠାରୁ ପ୍ରାୟ ୨ କିଲୋମିଟର ନିରଳା ସ୍ଥାନକୁ ନେଇ ହତ୍ୟା କରିବା ପରେ କସ୍ତୁରୀନଗର ଗଳିରେ ଫିଙ୍ଗି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here