ବିନା ଭକ୍ତରେ ଶୃଙ୍ଖଳା ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସକାଳ ୭ଟାରୁ ତିନି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିବାବେଳେ ନିର୍ଦ୍ଧାରିତ କାର୍ଯ୍ୟସୂଯୀ ଅନୁଯାୟୀ ରିତିନୀତି ଶେଷ ହୋଇଥିଲା । ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କରିବା ପରେ ଦିନ ୧୨ଟା ବେଳକୁ ରଥଟଣା ଆରମ୍ଭ ହୋଇଥିଲା । ତିନିରଥକୁ ସେବାୟତ ଓ ସୁରକ୍ଷା କର୍ମଚାରୀ ମାନେ ମିଶି ଗୁଣ୍ଡିଚା ମନ୍ଦିର ନିକଟକୁ ଟାଣି ନେଇଥିଲେ । ଦିନ ୩ଟା ୫୨ରେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିରରେ ପହଁଞ୍ଚିଥିବାବେଳେ ୫ଟା ୧୦ରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଞ୍ଚିଯାଇଥିଲା । କରୋନା ସଙ୍କ୍ରମଣ ରୋକିବା ପାଇଁ ବଡଦାଣ୍ଡକୁ ପ୍ରଥମେ ସାନିଟାଇଜ କରାଯାଇଥିଲା । ଶୃଙ୍ଖଳିତ ଭାବରେ ରଥଯାତ୍ରା ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଗୁଣ୍ଡିଚା ନିକଟରେ ତିନିରଥ ପହଁଞ୍ଚିବା ପରେ ପୁରୀରେ କଫ୍ୟୁ କୋହଳ କରାଯାଇଛି ।

LEAVE A REPLY

Please enter your comment!
Please enter your name here