ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଆକାଶରେ ଚନ୍ଦ୍ର କ୍ରମାନ୍ୱୟରେ ବୃହସ୍ପତି ଶନି ଓ ମଙ୍ଗଳ ଗ୍ରହର ଖୁବ୍ ପାଖରେ ରହିବେ । ଏହି ଦୃଶ୍ୟ ଆଜି, ଆସନ୍ତାକାଲି ୧୬ ତାରିଖ ଏବଂ ୧୭ ତାରିଖ ସହ ୨୫ ଓ ୨୭ ତାରିଖରେ ଦେଖାଯିବ । ଏହି ତିନିଟି ଗ୍ରହ ଏପ୍ରିଲ ମାସ ସାରା ପାଖାପାଖି ରହିବେ । ପ୍ରତ୍ୟକଦିନ ଭୋର ସମୟରେ ଉତ୍ତର ପୂର୍ବ ଦିଗବଳୟ ଉପରେ ଏକ ଘଣ୍ଟା ଧରି ଏହି ଦୃଶ୍ୟ ଦେଖାଯିବ । ସେହିପରି ଶୁକ୍ର ଗ୍ରହ ଖୁବ୍ ଉଜ୍ୱଳ । ପଶ୍ଚିମ ଆକାଶରେ ସଂଧ୍ୟା ସମୟରେ ୩ ଘଣ୍ଟା ଧରି ପୁରା ଏପ୍ରିଲ ମାସରେ ଦେଖାଯିବ । ୨୬ ଓ ୨୭ ତାରିଖରେ ଚନ୍ଦ୍ର ଶୁକ୍ର ଗ୍ରହର ଖୁବ୍ ପାଖରେ ରହିବ । ଏହି ବିରଳ ଦୃଶ୍ୟ ଦେଖିବାକୁ ପଠାଣୀ ସାମନ୍ତ ପ୍ଲାନିଟୋରିୟମ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here