ଦେବଗଡ ପୋଲିସ ପକ୍ଷରୁ ହନୁମାନ ପଇସା କାରବାର କରୁଥିବା ଏକ ରାକେଟ କୁ ଠାବ କରାଯିବା ସହ ତିନି ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ସେମାନଙ୍କ ଠାରୁ ଦୁଇଟି ହନୁମାନ ପଇସା , ଦୁଇଟି ମଟରସାଇକେଲ ସହ ନଗଦ ଏକ ଲକ୍ଷ ଟଙ୍କା ଜବତ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲାର କିଛି ବ୍ୟକ୍ତି ଦେବଗଡ ଥାନା ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟସ୍ଥ ଜଙ୍ଗଲରେ ହନୁମାନ ପଇସା କାରବାର କରୁଥିବା ଖବର ଦେବଗଡ ପୋଲିସ ପାଇବା ପରେ ସ୍ପେସାଲ ସ୍କାର୍ଡ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ପୋଲିସ ତିନିଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ଦୁଇଟି ହନୁମାନ ପଇସା, ଦୁଇଟି ମଟରସାଇକେଲ ସହ ନଗଦ ଲକ୍ଷେ ଟଙ୍କା ଓ ତିନୋଟି ମୋବାଇଲ ଜବତ କରାଯାଇଥିଲା । ଗିରଫ ବ୍ୟକ୍ତିମାନେ ହେଲେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଭଣ୍ଡାରିମାଳ ଗ୍ରାମ ର ନରହରି ରାଉତିଆ, ରେଙ୍ଗାଳକାନୀ ଗ୍ରାମ ର ପ୍ୟାରିମୋହନ ପ୍ରଧାନ ଓ ଦେବଗଡଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଅର୍ଗେନ ଗ୍ରାମ ର ଉପେନ୍ଦ୍ର ମାଝୀ । ଗିରଫ ବ୍ୟକ୍ତିମାନେ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କୁ ହନୁମାନ ପଇସାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟି ନେଉଥିଲେ ବୋଲି ପୋଲିସ ସୂଚନା ଦିଆଯାଇଛି ।
( ରିପୋର୍ଟ : ସୁଜାତା ବେହେରା )

LEAVE A REPLY

Please enter your comment!
Please enter your name here