ଆଜି ପୁଣି ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ଓ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୋଟିଏ ସପ୍ତାହ ପାଇଁ ନିର୍ବାଚନ ପ୍ରଚାରରୁ ବ୍ୟାନ୍ କରିବା ଲାଗି ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ । ବିଜେଡି ଅଭିଯୋଗ କରିଛି, ଧର୍ମେନ୍ଦ୍ର ପ୍ରଧାନ ନିଜର ମତଦାନ ପରେ ବୁଥ ବାହାରେ ଥିବା ଭୋଟର ମାନଙ୍କୁ ବିଜେପି ଦଳକୁ ଭୋଟ ଦେବାକୁ କହିଥିଲେ । ଏଭଳି କରି ସେ ନିର୍ବାଚନ ଆଚରଣ ବିଧୀର ଉଲଘଂନ କରିଛନ୍ତି ।
ସେହିପରି ବିଜେପି ମଧ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ରାଜ୍ୟରେ ଆତଙ୍କରାଜ ଚଳାଇଥିବା ଅଭିଯୋଗ କରିଛନ୍ତି ଏବଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲେଶ୍ୱର ସଭା ପୂର୍ବରୁ ବିଜୁ ଯୁବ ବାହିନି ଏବଂ ବିଜୁ ଜନତା ଦଳର କର୍ମୀମାନେ ମାରଣାସ୍ତ୍ର ଧରି ଲୋକମାନଙ୍କୁ ଭୟଭିତ କରି ସଭାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିଲେ ।

LEAVE A REPLY

Please enter your comment!
Please enter your name here