ଧାନ ମଣ୍ଡି ସମସ୍ୟା ସହ ଏମଏସପିରେ ଅବ୍ୟବସ୍ଥାକୁ ନେଇ ସଚିବାଳୟ ଭିତରେ ପଶିବାକୁ ଉଦ୍ୟମ କରିଛି ବିଜେପି କୃଷକ ମୋର୍ଚ୍ଚା । ସଚିବାଳୟ ଗେଟ ସାମ୍ନାରେ ପୋଲିସ ଅଟକାଇବାରୁ ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି ମଧ୍ୟ ହୋଇଛି । ଏହା ସହ ସମବାୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । ରାଜ୍ୟରେ ଅନେକ ସ୍ଥାନରେ ଧାନ ମଣ୍ଡି ସମସ୍ୟା ଦେଖା ଯାଉଛି । କେଉଁଠି ମିଲର ଧାନ ନେଉ ନାହାନ୍ତି ତ ଆଉ କେଉଁଠି ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ । ଏହାକୁ ପ୍ରତିବାଦ କରି ଗୁରୁବାର ସଚିବାଳୟ ମଧ୍ୟକୁ ପଶିବାକୁ ଉଦ୍ୟମ କରିଥିଲେ ବିଜେପି କୃଷକ ମୋର୍ଚ୍ଚା

LEAVE A REPLY

Please enter your comment!
Please enter your name here