ଏକଲବ୍ୟ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ । ୨୦୨୦ ବର୍ଷ ପାଇଁ ୨୮ ତମ ଏକଲବ୍ୟ ପୁରସ୍କାର ପାଇଁ ସେ ମନୋନିତ ହୋଇଛନ୍ତି । ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି ନମିତା । ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ଓ ମାନପତ୍ର ନମିତାଙ୍କୁ ପ୍ରଦାନ କରାଯିବ । ଭାରୋତ୍ତୋଳନକାରୀ ସ୍ନେହା ସୋରନ ହୋଇଛନ୍ତି ଉପ ବିଜେତା । ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡା ମଧ୍ୟ ଉପବିଜେତା ହୋଇଛନ୍ତି । ସ୍ନେହା ଓ ଋତପର୍ଣ୍ଣା ପୁରସ୍କାର ବାବଦରେ ୫୦ ହଜାର ଲେଖାଏଁ ପାଇବେ । ‘ଇମ୍ପାକ୍ଟ’ ପକ୍ଷରୁ ୧୯୯୩ ମସିହାରୁ ଏହି ପୁରସ୍କାର ଦିଆହେଉଛି ।

LEAVE A REPLY

Please enter your comment!
Please enter your name here