ସାମୁଦ୍ରିକ ଝଡ ଫନିର ୩ମାସ ପରେ ଆସିଲା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ । ଫନି ଦ୍ୱାରା ରାଜ୍ୟରେ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ପୁନରୁଦ୍ଧାର କାର୍ଯ୍ୟପାଇଁ ୨୯ ହଜାର ୩୧୫ କୋଟି ଟଙ୍କା ଆବଶ୍ୟକ । ଏଥିପାଇଁ ଜାତୀୟ ସଂସ୍ଥା ସହଯୋଗ କରିବାକୁ ଆଗେଇ ଆସନ୍ତୁ, ଘରୋଇ ସଂସ୍ଥା ମଧ୍ୟ ଓଡିଶା ପୁନଃ ନିର୍ମାଣରେ ଭାଗିଦାର ହୁଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱବ୍ୟାଙ୍କ ଏଡିବି ଓ ଜାତିସଂଘର ସହଯୋଗରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି । ୧୫ଟି କ୍ଷେତ୍ରରେ କ୍ଷୟକ୍ଷତିର ଆକଳନ କରିଛନ୍ତି ଶତାଧିକ ବିଶେଷଗ୍ୟ । ଗତ ମେ ୩ତାରିଖରେ ହୋଇଥିବା ସାମୂଦ୍ରିକ ଝଡ ଫନିରେ ବିଶେଷକରି ପୁରୀ , ଭୁବନେଶ୍ୱର , କଟକ , କେନ୍ଦ୍ରାପଡା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ୨୪ ଘଣ୍ଟାରେ ୧୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା ଏକ ରେକର୍ଡ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here