ବିଧାନସଭାରେ ଉପସ୍ଥାପିତ ରାଜ୍ୟ ବଜେଟ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରାଇବାରେ ଅସମର୍ଥ । କେବଳ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ରାଜ୍ୟ ସରକାର ଚାଷୀ ଓ ଗ୍ରାମାଞ୍ଚଳର ଭୋଟର ମାନଙ୍କ ପାଇଁ ବଜେଟରେ ଯେଉଁ ବ୍ୟବସ୍ଥା କରିଛନ୍ତି ବୋଲି କହୁଛନ୍ତି , ତାହା ବାସ୍ତବ ଚିତ୍ର ନୁହେଁ । ବଜେଟକୁ ନେଇ ଏଭଳି ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନଗୋ କହିଛନ୍ତି , ରାଜ୍ୟ ସରକାରଙ୍କ କାଳିଆ ଯୋଜନା କେବଳ ଚାଷୀ ମାନଙ୍କ ଭୋଟ ହାତେଇବା ପାଇଁ ଉର୍ଦ୍ଦିଷ୍ଟ । ସେହିପରି ପିଠା ଯୋଜନା ଓ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କରାଯାଇଥିବା ବ୍ୟୟବରାଦ କେବଳ ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here