ଆସନ୍ତା 20 ତାରିଖରେ ନୂଆଁଖାଇ । ମା ସମଲାଇଙ୍କ ନିକଟରେ ନବାନ୍ନ ଲାଗି ପାଇଁ ବ୍ରହ୍ମପୁରା ପଣ୍ଡିତ ମହାସଭା ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ସକାଳ 10 ଟା 27 ରୁ 10 ଟା 42 ମଧ୍ୟରେ ନବାନ୍ନ ଲାଗି ହେବ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ମା ସମଲାଇଙ୍କ ପୀଠରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ କରିଥାନ୍ତି ପଣ୍ଡିତ ମହାସଭା । ସେହି ଅନୁଯାୟୀ ବିଭିନ୍ନ ଦେବାଦେବୀଙ୍କ ପୀଠରେ ନବାନ୍ନ ଲାଗି ହୋଇଥାଏ । ମାଆଙ୍କ ପୀଠରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡିଶାବାସୀ ନବାନ୍ନ ପାଇଥାନ୍ତି ।

LEAVE A REPLY

Please enter your comment!
Please enter your name here