ନୂଆଦିଲ୍ଲୀ: ବିଶିଷ୍ଟ ଓଡିଆ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୦ତମ ଜନ୍ମଦିବସ ନୂଆଦିଲ୍ଲୀରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଜବାହରଲାଲ୍ ନେହରୁ ୟୁନିଭରସିଟିର ଓଡିଆ ବିଭାଗ ପ୍ରଫେସର ଉଦୟନାଥ ସାହୁ ଶ୍ରୀ ସାମନ୍ତ ସିଂହାରଙ୍କ ସ୍ମୃତିଚାରଣ କରିବା ସହ ଓଡିଆ ସାହିତ୍ୟକୁ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଏହି ସମାରୋହରେ ଓଡିଶୀ ଗୁରୁ ଡକ୍ଟର ଚନ୍ଦନ ରାଉଳ, ଇଂଲିଶ ପ୍ରଫେସର କିଶୋର ଡିପି ପ୍ରତାପ ସିଂ ଯୋଗଦେଇ ଅଭିମନ୍ୟୁ ସାମନ୍ତସିଂହାରଙ୍କ ସାହିତ୍ୟ କୃତି ସଂପର୍କରେ ଆଲୋକପାତ କରିଥିଲେ । ନୂଆଦିଲ୍ଲୀରେ ଥିବା ଅଭିମନ୍ୟୁ ସାମନ୍ତସିଂହାର ଶିକ୍ଷା, କଳା ଓ ସଂସ୍କୃତି କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଲ୍ଲବିନୀର ସଂପାଦକ ଶ୍ରୀ ରାମଚନ୍ଦ୍ର ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here