ନୂଆଦିଲ୍ଲୀ : ଫେସବୁକ ସିଓଓଙ୍କର ବାଜିବ ସାହାନାଇ । ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଫେସ୍ ବୁକର ଚିଫ୍ ଅପରେଟିଙ୍ଗ ଅଫିସର ସେରିଲ ସେଣ୍ଡବର୍ଗ । ଗତ ସୋମବାର ଦିନ ତାଙ୍କ ନିର୍ବନ୍ଧ ସରିଛି । ସେରିଲ ସେଣ୍ଡବର୍ଗଙ୍କ ଏବେ ବୟସ ରହିଛି ୫୦ ବର୍ଷ । ସେ ୪୬ ବର୍ଷୀୟ ଟମ ବର୍ନଥଲଙ୍କ ସହ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଛନ୍ତି । ଫେସବୁକରେ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି ସେରିଲ ସେଣ୍ଡର୍ବଗ । ସେୟାର କରିଥିବା ଫଟୋରେ ସେରିଲ ଓ ଟମ ବନର୍ଥଲ ବ୍ଲାକ ଆଣ୍ଡ ହ୍ୱାଇଟ ସୁଟ ପିନ୍ଧିଥିବାର ନଜର ଆସୁଛନ୍ତି । ନିଜ ଭାବି ସ୍ୱାମୀଙ୍କ ଫଟୋ ସେୟାର କରିବା ସହିତ ସେ ଲେଖିଛନ୍ତି । ଟମ ବନର୍ଥଲ ତୁମେ ମୋର ସବୁକିଛି, ଏହା ଠାରୁ ଅଧିକ ତୁମକୁ ମୁଁ ଭଲ ପାଇପାରିବିନି । ସେରିଲ ବିବାହ କରିବାକୁ ଯାଉଥିବା ଟମବନର୍ଥଲ ହେଉଛନ୍ତି କେଲଟନ୍ ଗ୍ଲୋବାଲ କମ୍ପାନୀର ଫାଉଣ୍ଡର ଓ ସିଇଓ । ଏହା ଲସ୍ ଅଞ୍ଜେଲସ ରେ ଅବସ୍ଥିତ ଏକ କମ୍ପାନୀ । ସେରିଲ ସେଣ୍ଡର୍ବଗଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ସେ ପ୍ରଥମେ ଡାଭିଡ ଗୋଲ୍ଡର୍ବଗଙ୍କୁ ବିବାହ କରିଥିଲେ । ୨୦୧୫ ମସିହାରେ ଗୋଲ୍ଡର୍ବଗ ଟ୍ରେଡ ମିଲ୍ ଛାତରୁ ତଳକୁ ଖସିଯିବାରୁ ତାଙ୍କର ହଠାତ୍ ମୃତ୍ୟୁ ଘଟିଥିଲା । ସେଣ୍ଡର୍ବଗ ନିଜ ନିର୍ବନ୍ଧର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ଦୀର୍ଘ ବର୍ଷ ହେବ ଫେସବୁକର ଚିଫ ଅପରେଟିଙ୍ଗ ଅଫିସର ଭାବେ କାମ କରିଆସୁଛନ୍ତି ସେରିଲ ସେଣ୍ଡବର୍ଗ ।

LEAVE A REPLY

Please enter your comment!
Please enter your name here