ଆଜି କ୍ୟାବିନେଟରେ ସରକାର କେତେକ ଗୁରୁତ୍ବପୂର୍ଣ୍ମ ନିଷ୍ପତ୍ତି ନେଇଛନ୍ତି । ସରକାରୀ ସ୍କୁଲରେ ପାଠ ପଢିଲେ ମେଡିକାଲ ଓ ଇଂଜିନିୟରିଂ ପଢିବା ପାଇଁ ସଂରକ୍ଷଣ ବ୍ୟବସ୍ଥା ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ନେତା ଓ ଅଫିସର ସଂପତ୍ତି ତାଲିକା ଦେବାକୁ ବାଧ୍ୟତାମୂଳକ କରାଯାଇଛି । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନିର୍ବାଚିତ ଲୋକପ୍ରତିନିଧିମାନେ ସେମାନଙ୍କ ସଂପତ୍ତି ତାଲିକା ପ୍ରଦାନ କରିବେ । ସେହିପରି ସମସ୍ତ ସରକାରୀ କର୍ମଚାରୀ ଓ ଅଫିସରମାନେ ମଧ୍ୟ ସେମାନଙ୍କ ବାର୍ଷିକ ସଂପତ୍ତି ତାଲିକା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତଙ୍କ ସଂପତ୍ତି ତାଲିକା ପବ୍ଲିକ ଡୋମେନରେ ପ୍ରକାଶିତ ହେବ ଏବଂ ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ପାଖକୁ ପଠାଯିବ ।

ସେହିପରି ଅପ୍ରାସଙ୍ଗିକ ହୋଇପଡିଥିବା 206ଟି ଆଇନକୁ ହଟାଇବାକୁ ଆଜି କ୍ୟାବିନେଟ ନିଷ୍ପ୍ତତି ନେଇଛି । 1974ରୁ 2016 ମଧ୍ୟରେ ଏହିସବୁ ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ସଂପ୍ରତି ଏହାର ଆଉ ଆବଶ୍ୟକ ହେଉନଥିବାରୁ ଏହିସବୁ ଆଇନକୁ ପ୍ରତ୍ୟାହାର କରିନିଆଯିବ ।

ଓକିଲମାନଙ୍କ ପାଇଁ ମଧ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅକ୍ଷମତା ଓ ମୃତ୍ୟୁଜନିତ କାରଣରୁ ବୃତ୍ତିରହିତ ହେଲେ ଓକିଲମାନଙ୍କୁ ମିଳିବ ସହାୟତା । ଏଥିପାଇଁ ଅଧିବକ୍ତା କଲ୍ୟାଣ ପାଣ୍ଠି ନିୟମରେ ସଂଶୋଧନ ଆଣିବାକୁ ନିଷ୍ପତ୍ତି ନିଆଯାଇଛି ।

ସ୍କୁଲ ପାଠ୍ୟକ୍ରମରେ ବରପୁତ୍ରମାନଙ୍କ ଜୀବନୀ ପଢାଯିବ । ବରପୁତ୍ରମାନଙ୍କ ଜନ୍ମସ୍ଥାନ, ସେମାନଙ୍କ ଜୀବନୀ ସଂପର୍କରେ ଅଧ୍ୟୟନ କରାଯିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here