ଯୌତୁକ ଜୁଇରେ ଅନେକ ନବବଧୂ ଜଳିଯାଇଛନ୍ତି । ବାହାଘରର ଦିନ କେଇଟା ପରେ ଅନେକ ନବବଧୂଙ୍କ ଜୀବନ ଯୌତୁକ ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଛି । ଯୌତୁକ ପାଇଁ ପିଶାଚ ପାଲଟିଯାଆନ୍ତି ଶାଶୂଘର ଲୋକେ । ଆପଣ ଅନେକ ଯୌତୁକ ରାକ୍ଷାସଙ୍କ କଥା ଶୁଣିଥିବେ । ହେଲେ ଗଞ୍ଜାମରୁ ଏମିତି ହୃଦୟ ବିଦାରକ ଘଟଣା ଆସିଛି । ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ହାତ ଗୋଡ ବାନ୍ଧି ଚେତାଶୂନ୍ୟ କରି ଡୋଲିରେ ପକାଇ ଗାଈ ଗୁହାଳରେ ବୋହୂକୁ ଫିଙ୍ଗିଦେଇଥିଲେ ଶାଶୂଘର ଲୋକେ । କିନ୍ତୁ ଜୀବନ ଚାଲିଯିବା ପୂର୍ବରୁ ପଡିଶା ଲୋକ ସାଜିଥିଲେ ଭଗବାନ । ଯୌତୁକ ଜୁଇରେ ଜଳିବା ଆଗରୁ ଅଳ୍ପକେ ବର୍ତ୍ତିଯାଇଥିଲା ବୋହୂ ଟିଏ । ଆଉ ମାତ୍ର କେଇ ଘଣ୍ଟା ବିଳମ୍ବ ହୋଇଥିଲେ ହୁଏତ ଝିଅଟିକୁ ହରାଇଥାନ୍ତେ ବାପଘର ଲୋକେ । ବୁଗୁଡା ଥାନା ମଙ୍ଗରାଜପୁର ଗାଁର ସତ୍ୟନାରାୟଣ ଆରୁଖଙ୍କ ପୁଅ ଜିତେନ୍ଦ୍ରଙ୍କ ଧର୍ମପତ୍ନୀ ଝିଲ୍ଲୀ । ଆଜି ସକାଳୁ ତାଙ୍କୁ ଗୁହାଳ ଘରୁ ଉଦ୍ଧାର କରାଯାଇଛି । ଏବେ ସେ ମେଡିକାଲରେ ଅଛନ୍ତି । ୨ ବର୍ଷ ତଳେ ଝିଲି ବିବାହ କରିଥିଲେ । ବାହାଘର ପରଠାରୁ ଶାଶୂଘର ଲୋକ ନିର୍ଯାତନା ଦେଉଥିଲେ ବୋଲି ଝିଲ୍ଲୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଝିଲ୍ଲୀଙ୍କ ଶାଶୁ ଶଶୁରଙ୍କୁ ଅଟକ ରଖିଛି ପୋଲିସ ।ଏବଂ ସ୍ୱାମୀ ଜିତେନ୍ଦ୍ରଙ୍କୁ ହାଇଦ୍ରାବଦରୁ ଡକାଇଛନ୍ତି ।

LEAVE A REPLY

Please enter your comment!
Please enter your name here