ରାଜ୍ୟରେ ହାତୀମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ବନ ବିଭାଗ ନୂଆ ବର୍ଷରେ ନୂଆ ପଦକ୍ଷେପ ଗ୍ରହଣ କରିଛି । ଅସୁବିଧାରେ ପଡ଼ିଥିବା ହାତୀକୁ ଏଣିକି ଗଜ ଗାଡ଼ିରେ ଉଦ୍ଧାର କରାଯିବ । ରାଜ୍ୟ ସରକାର ପଶ୍ଚିମବଙ୍ଗ ବନ ବିଭାଗ ଠାରୁ ଗଜ ଗାଡ଼ି କିଣିବେ । ଉକ୍ତ ଗାଡ଼ିରେ କ୍ରେନ୍ ସୁବିଧା ସହ ଟ୍ରାଙ୍କୁଲାଇଜ୍ ବ୍ୟବସ୍ଥା କରାଯିବ ।

ସେହିପରି ଅନୁରୂପ ଭାବେ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀଙ୍କୁ ଉଦ୍ଧାର ପାଇଁ ଅନ୍ୟ ୨ଟି ଗାଡ଼ି ଅଣାଯିବାର ଯୋଜନା ରହିଛି । ଏହାବ୍ୟତିତ ଜନ୍ତୁ ଆକ୍ରମଣରେ ମୃତକଙ୍କ ପ୍ରତି ଅନୁକମ୍ପା ରାଶି ୪ ରୁ ୫ ଲକ୍ଷକୁ ବଢାଯିବ । ଏହି ଅନୁକମ୍ପା ରାଶି ବଢ଼ାଇବାକୁ ସରକାରଙ୍କୁ ବନ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here