କୁହାଯାଇଥାଏ ସ୍ୱାମୀ ହେଉଛି ଇହକାଳ ପରକାଳର ଦେବତା । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି କରିବାକୁ ହାତ ଧରିଥାଏ ସ୍ୱାମୀ । ବାପଘରକୁ ପର କରି ସ୍ୱାମୀକୁ ନିଜର କରି ସବୁଦିନ ପାଇଁ ସ୍ତ୍ରୀ ଯାଇଥାଏ ତା ଶାଶୁ ଘରକୁ । ହେଲେ ସେହି ସ୍ୱାମୀ ଦେବତା ଯେ ଦିନେ ନର ରାକ୍ଷସ ପାଲଟିଯିବ ତାହା କିଏ ଜାଣିଥିଲା । ଯେଉଁ ସ୍ୱାମୀ ଦିନେ ସ୍ତ୍ରୀର ମୁଣ୍ଡରେ ସିନ୍ଦୁର ଦେଇଥିଲା ସେହି ସ୍ୱାମୀ ଯେ ପୁଣି ଦିନେ ସ୍ତ୍ରୀର ମୁଣ୍ଡରୁ ଗଣ୍ଡିକୁ ଅଲଗା କରିବ ସେକଥା ବିଶ୍ୱାସ ହେଉନି । ବିଶ୍ୱାସ ନହେଲେବି ଘଟଣାଟି ସତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରେ । ଏହି ଗ୍ରାମରେ ଜେନା ଭକ୍ତା ନାମରେ ଜଣେ ବ୍ୟକ୍ତି ରୁହନ୍ତି । ସେ ଲେବର କାମ କରିବାକୁ ପାରାଦ୍ୱୀପ ଅଞ୍ଚଳକୁ ଯାଇଥିଲେ । ସେଠାରେ ସେ କେନ୍ଦ୍ରାପଡା ଜିଲ୍ଲା ଛପାଲି ଅଞ୍ଚଳର ଗୋଲାପି ଭକ୍ତାଙ୍କୁ ବିବାହ କରି ଆଣିଥିଲେ । ଦୁହିଁଙ୍କ ସମ୍ପର୍କ ବେଶ ଭଲଭାବରେ ଚାଲୁଥିବା ବେଳେ ପାରିବାରିକ କଳହକୁ ନେଇ ତାଙ୍କ ସମ୍ପର୍କରେ ଭଟ୍ଟା ପଡିଯାଇଥିଲା । ଏହି କଳହ ଏପରି ଉଗ୍ର ରୂପ ଧ।।ରଣ କଲା ଯେ,ସ୍ତ୍ରୀକୁ ଜୀବନରୁ ମାରିବାକୁ ପଛାଇଲା ନାହିଁ ସ୍ୱାମୀ । ସୂଚନା ଯେ,ଗତକାଲି ରାତିରେ କୌଣସି ଘରୋଇ କଥାକୁ ନେଇ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସାକୁ ନେଇ ସ୍ୱାମୀ ଜେନା ଭକ୍ତା ଉତ୍ୟକ୍ତ ହୋଇ ଏକ କାଠଫାଳିଆରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛନ୍ତି । ଗୋଲାପିଙ୍କ ମୃତ୍ୟୁ ପରେ ଧରାପଡିଯିବା ଭୟରେ ମୃତ ଶରୀରକୁ ପାଖ ଜଙ୍ଗଲରେ ନେଇ ଡାଳ ପତ୍ର ଘୋଡାଇ ପଳାଇ ଆସିଥିଲା । ସକାଳେ ଗାଁ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ,ମୃତ ଦେହ ଦେଖି ମୋରୋଡା ଥାନାକୁ ଖବର ଦେଇଥିଲେ । ଖବର ପାଇ ମୋରଡା ଥାନା ଆଇଆଇସି ଯୋଗେନ୍ଦ୍ର କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ହତ୍ୟାକାରୀ ଜେନା ଭକ୍ତାକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here