ମାଟ୍ରିକ ପରୀକ୍ଷା ଦବାକୁ ଡଙ୍ଗାରେ ଗଲେ ଛାତ୍ରଛାତ୍ରୀ. ଏଭଳି ଏକ ଚିତ୍ର ନଜରକୁ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ. ଯାତାୟାତର ସୁବିଧା ନଥିବାରୁ ଏଡାବାଂଶ ଗାଁର ପ୍ରାୟ 30ରୁ ଅଧିକ ଛାତ୍ରଛାତ୍ରୀ ଏକ ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ପରୀକ୍ଷା ଦେବାକୁ ଯାଇଥିଲେ. ଗାଁଠାରୁ ପ୍ରାୟ 10 କି.ମି. ଦୂରରେ ପରୀକ୍ଷା କେନ୍ଦ୍ର ହୋଇଥିବାରୁ ସେଠାରେ ପହଞ୍ଚିବାକୁ ହେଲେ ଦେବା ନଦୀ ପାର ହୋଇ ଯିବାକୁ ପଡିବ. ଯିବା ପାଇଁ ରାସ୍ତା ନଥିବାରୁ ବାଧ୍ୟ ହୋଇ ସେମାନେ ଡଙ୍ଗା ସାହାଯ୍ୟରେ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ. ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଡଙ୍ଗା ହିଁ ଏକମାତ୍ର ସାହା ଥିଲା. ତେବେ ସୂଚନା ଅନୁସାରେ, ଦେବୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ 2014 ମସିହାରୁ ମୁଖ୍ୟମନ୍ତ୍ରୀ ଶିଳନ୍ୟାସ କରିଥିଲେ. ମାତ୍ର ଏ ଯାଏଁ କାମ ସରିନଥିବାରୁ ପିଲାମାନେ ଏଭଳି ଭାବେ ଯିବା ପାଇଁ ବାଧ୍ୟ ହୋଇଥିବା କୁହାଯାଇଛି.

LEAVE A REPLY

Please enter your comment!
Please enter your name here