ପିପିଲି ପୀଡିତା ବେବିନାକୁ ନ୍ୟାୟ ମିଳିବା ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ବେବିନାର ଧର୍ଷଣ ଓ ହତ୍ୟା ଘଟଣାରେ ଆସାମୀମାନେ ନିଦେ୍ର୍ଦାଶରେ ଖଲାସ ହେବା ଘଟଣାକୁ ନିନ୍ଦା କରାଯାଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ । ରାଜ୍ୟରେ ଇତିଶ୍ରୀ, କୁନ୍ଦୁଲି ନାବାଳିକା, ସେବାଶ୍ରମମାନଙ୍କରେ ନାବାଳିକାମାନଙ୍କ ପ୍ରତି ଘୃଣ୍ୟ ଯୌନ ନିର୍ଯ୍ୟାତନା ବଢିଚାଲିଥିବାବେଳେ ଅପରାଧିମାନେ ଚିହ୍ନଟ ନହେବା ଓ ଦଣ୍ଡିତ ନହେବା ଯୋଗୁ ସଙ୍ଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନାରୀକୁ ସମ୍ମାନ ଓ ମର୍ଯ୍ୟାଦା ପ୍ରଦାନ ପାଇଁ ସରକାରଙ୍କର ଯେତେ ସମସ୍ତ ସ୍ଲୋଗାନ ଓ ଯୋଜନା କେବଳ ନିର୍ବାଚନୀ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଉଦ୍ଦିଷ୍ଟ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here