ବିବାଦୀୟ ରିଆଲିଟି ସୋ’ ବିଗ ବସ-୧୨ ଟ୍ରଫିର ବିଜୟିନୀ ହୋଇଛନ୍ତି ଦୀପିକା କକ୍କର । ୧୫ ସପ୍ତାହଧରି ଚାଲିଥିବା ଏହି ସୋ’ ରବିବାର ଶେଷ ହୋଇଛି । ଆଉ ଏଥିରେ ବାଜି ମାରିଛନ୍ତି ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର ଆକ୍ଟ୍ରେସ ଦୀପିକା କକ୍କର । ଗତକାଲି ରାତିରେ ବିଗ ବସ ଗ୍ରାଣ୍ଡ ଫିନାଲେ ସୋ’ରେ ସୁପରଷ୍ଟାର ସଲମାନ ଖାନ ଦୀପିକାଙ୍କୁ ବିଜୟିନୀ ଘୋଷଣା କରିଥିଲେ । ଫାଇନାଲରେ ଦୀପିକା ଏବଂ ଶ୍ରୀଶାନ୍ତଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । କିନ୍ତୁ ଦୀପିକା ଶ୍ରୀଶାନ୍ତଙ୍କୁ ପଛରେ ପକାଇ ବାଜି ମାରିଛନ୍ତି । ଦୀପିକା ଏବେ ବିଗ ବସ ସିଜିନ-୧୨ ଟ୍ରଫି ଏବଂ ୩୦ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ଶ୍ରୀଶାନ୍ତ ଏହି ସିଜିନର ଉପ-ବିଜେତା ହୋଇଛନ୍ତି । ଶ୍ରେଷ୍ଠ ୫ ପ୍ରତିଯୋଗୀଙ୍କ ମଧ୍ୟରେ ଦୀପିକା ଓ ଶ୍ରୀଶାନ୍ତଙ୍କ ବ୍ୟତୀତ ରୋମିଲ ଚୌଧୁରୀ, କରନ୍ ବୀର ବୋହରା ଏବଂ ଦୀପକ ଠାକୁର ରହିଥିଲେ ।

LEAVE A REPLY

Please enter your comment!
Please enter your name here