ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ରାସ୍ତାରୁ କିର୍ଗିଜ୍ସ୍ତାନ ଯିବ ନାହିଁ। ଭିଭିଆଇପି ବିମାନ ଓମାନ, ଇରାନ ଓ ମଧ୍ୟ ଏସିଆ ଦେଶ ଦେଇ କିର୍ଗିଜ୍ସ୍ତାନର ବିଶକେକ ଯିବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଜୁନ୍ ୧୩ ଓ ୧୪ ତାରିଖରେ କିର୍ଗିସ୍ତାନର ବିଶକେକ୍ରେ ଏସ୍ସିଓ ସମ୍ମିଳନୀ ଅନୁଷ୍ଠିତ ହେବ। ଏସ୍ସିଓର ସମସ୍ତ ସଦସ୍ୟ ରାଷ୍ଟ୍ର ଏଥିରେ ଯୋଗଦେବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠାକୁ ଯିବେ। ଏହି ସମୟରେ ମୋଦିଙ୍କ ସ୍ୱତନ୍ତ୍ର ବିମାନ ପାକିସ୍ତାନର ଆକାଶ ମାର୍ଗରେ କିର୍ଗିସ୍ତାନ ଯିବାର ଥିଲା। ହେଲେ ବର୍ତ୍ତମାନ ଭାରତ ସରକାର ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ପୂର୍ବରୁ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବାକୁ ଭାରତ ସରକାର ଚାହୁଁଥିଲେ। ଏପରି କି ଏଥିପାଇଁ ପାକିସ୍ତାନ ସରକାରଙ୍କ ଅନୁମତି ମଧ୍ୟ ଲୋଡ଼ା ଯାଇଥିଲା। ପାକିସ୍ତାନ ସରକାର ଏଥିପାଇଁ ଅନୁମତି ମଧ୍ୟ ଦେଇଥିଲେ। ହେଲେ ଭାରତ ସରକାର ଆଜି ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି ।














