ଦିଲ୍ଲୀରେ ଚୋରୀ କରି ଭୁବନେଶ୍ୱର ରାଜମହଲ ଛକରେ ଲୁଚିଥିଲା । କୋଟିଏ ଟଙ୍କାର ହୀରା ଓ ସୁନା ଜବତ କରିବା ସହ ହାଇପ୍ରୋଫାଇଲ ଚାକରାଣୀକୁ ଗିରଫ କରିଛି ପୋଲିସ । କ୍ୟାପିଟାଲ ଥାନା ପୋଲିସର ସହାୟତାରେ ମହିଳାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ପୋଲିସର ସୂଚନା ଅନୁସାରେ, ସାଲିଆ ସାହିର ଜଣେ ମହିଳା ଦିଲ୍ଲୀର ଜଣେ ପ୍ରତିଷ୍ଠିତ ଲୋକଙ୍କ ଘରେ ରହି ଚାକରାଣୀ କାମ କରୁଥିଲେ । କିଛିଦିନ ତଳେ ଘର ମାଲିକ ଜଣଙ୍କ ପରିବାର ଲୋକଙ୍କ ସହିତ ବିବାହ ଭୋଜିରେ ଯାଇଥିଲେ । ଏବଂ ଏହାର ସୁଯୋଗ ନେଇ ହୀରା ଓ ସୁନା ଚୋରୀ କରି ଭୁବନେଶ୍ୱର ଆସି ରାଜମହଲ ଛକରେ ଏକ ହୋଟେଲରେ ଲୁଚିଥିଲା ମହିଳା ଜଣଙ୍କ । ଏନେଇ ଘର ମାଲିକ ଦିଲ୍ଲୀର ଏକ ଥାନାରେ ଏତଲା ଦେଇଥିଲେ । ଏବଂ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଲା ଯେ, ମହିଳା ଜଣଙ୍କ ଭୁବନେଶ୍ୱରରେ ଅଛନ୍ତି । ଏନେଇ କମିଶନରେଟ ପୋଲିସକୁ ଅବଗତ କରାଇଥିଲା । କ୍ୟାପିଟାଲ ଥାନା ପୋଲିସ ସହାୟତାରେ ମହିଳା ଜଣଙ୍କୁ ଗିରଫ କରିଛି ଦିଲ୍ଲୀର ତିନି ଜଣିଆ ପୋଲିସ ଟିମ୍ । ଗିରଫ ମହିଳା ଜଣଙ୍କର ଜଣେ ପୁରୁଷ ବନ୍ଧୁ ଥିବା ମଧ୍ୟ ଜଣାପଡିଛି । ତେବେ ଯୁବକ ଜଣଙ୍କ ଫେରାର ଅଛନ୍ତି ।

LEAVE A REPLY

Please enter your comment!
Please enter your name here