ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ । ମାର୍ଚ୍ଚ 17 ତାରିଖ ଯାଏଁ ପରୀକ୍ଷା ଚାଲିବ । ଆସନ୍ତାକାଲି ସକାଳ ଆଠଟାରୁ ଦିନ ଦଶଟା ଯାଏଁ ପରୀକ୍ଷା ଚାଲିବ । ପ୍ରଥମ ଦିନ ପରୀକ୍ଷା କେନ୍ଦ୍ରକୁ ପିଲାମାନେ ଘଣ୍ଟାଏ ପୂର୍ବରୁ ଆସିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପରୀକ୍ଷାର୍ଥୀମାନେ ସାଙ୍ଗରେ ଆଡମିଟ୍ କାର୍ଡ, ପେନ୍, ଜୋମେଟ୍ରିବକ୍ସ ସାଙ୍ଗରେ ଆଣିବେ । ଏହା ବ୍ୟତୀତ ଅନ୍ୟ ସାମଗ୍ରୀ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡାଯିବ ନାହିଁ ।

ସେହିପରି ପ୍ରଶ୍ନପତ୍ର ଲିକ୍ ହେବା ଆଶଙ୍କାକୁ ଦୂର କରିବା ପାଇଁ ବୋର୍ଡ ପକ୍ଷରୁ ଚଳିତବର୍ଷ ପରୀକ୍ଷା ଦିନ ସକାଳେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଚଳିତବର୍ଷ 5 ଲକ୍ଷ 41 ହଜାର 247 ଜଣ ପରୀକ୍ଷାର୍ଥୀ 3218ଟି କେନ୍ଦ୍ରରେ ପରୀକ୍ଷା ଦେବେ ।

LEAVE A REPLY

Please enter your comment!
Please enter your name here