ପିପିଲିରେ କିଏ ମାରିବ ବାଜି । କିଏ ହେବ ପିପିଲି ମୁଖିଆ । ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ସହ ଆଜି ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନାମାଙ୍ଆକନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ତାରିଖ । ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଏପ୍ରିଲ ୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏପ୍ରିଲ ୧୭ ତାରିଖ ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ ହେବ ଓ ମେ ୨ ତାରିଖରେ ଭୋଟ୍‌ ଗଣତି ହେବ । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ‌ଆସନ ଖାଲି ପଡ଼ିଛି । ତେବେ ଉପନିର୍ବାଚନରେ ବିଜେଡି, ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା କି ପୁତ୍ର ରୁଦ୍ରଙ୍କୁ ପ୍ରାର୍ଥୀ କରିବ, ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ମହାରଥୀଙ୍କ ଦେହାନ୍ତ ପରେ ବିଜେଡି ଗଡକୁ ଦଖଲ କରିବା ପାଇଁ ବିରୋଧୀ ସଜବାଜ ହେଉଛନ୍ତି ?

LEAVE A REPLY

Please enter your comment!
Please enter your name here