ମିଳିଲାନି ମହାପରାୟଣ ଗାଡି । କାନ୍ଧରେ ବୋହି ପୁଣିଥରେ ନିଆଗଲା ମୃତଦେହ । ଆଉ ଥରେ ଦୋହରାଇଲା ଦାନ ମାଝୀ ଘଟଣା । ତାହା ପୁଣି ସେଇ କଳାହାଣ୍ଡି ଜିଲ୍ଲାରେ । ଆପଣ ଦେଖୁଥିବା ଏ ଦୃଶ୍ୟ ବୁଧବାର ରାତିର । ଭବାନୀପାଟଣା ବ୍ଲକ ମୂଷାନାଳ ପାଖ ଭବାନୀପୁର ଗାଁର କୁନି ନାଏକଙ୍କ ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ମୃତଦେହକୁ ନେବାପାଇଁ ଶବଦାହକ ଗାଡି ମାଗିଥିଲେ । କିନ୍ତୁ ଡାକ୍ତରଖାନାରେ ଗାଡି ନଥିଲା । ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ଏନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଅଧିକାରୀଙ୍କ ହସ୍ତକ୍ଷେପ ପରେ ରାତି ୧୦ଟାରେ ମହାପରାୟଣ ଗାଡିର ବ୍ୟବସ୍ଥା କରାଗଲା । କିନ୍ତୁ ଏତେ ବିଳମ୍ବ ହୋଇଯାଇଥିବାରୁ କୁନିଙ୍କ ପରିବାର ଲୋକେ ଗାଡି ନେବାକୁ ମନାକରିଥିଲେ । ଏହାପରେ ମୃତଦେହକୁ କାନ୍ଧରେ ବୋହି ଗାଁ ଯାଏ ବାହାରିଥିଲେ । ପ୍ରାୟ ୪ କିଲୋମିଟର ଯିବା ପରେ ତାଙ୍କ ପାଖରେ ଆମ୍ବୁଲାନ୍ସ ପହଁଞ୍ଚିଥିଲା ହେଲେ ପରିବାର ଲୋକେ ଆମ୍ବୁଲାନ୍ସରେ ଯିବାକୁ ମନାକରିବା ସହ ୭ କିଲୋମିଟର ଦୂର ଗାଁକୁ କାନ୍ଧରେ ବୋହି ମୃତ ଦେହକୁ ନେଇଥିଲେ ।

LEAVE A REPLY

Please enter your comment!
Please enter your name here