ରାଜଧାନୀର ଗାଡି ଚାଳକ ଏବେ ରହିବେ ସ୍କାନରରେ । ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ହେଉ କି ସହରର ଭିତର ରାସ୍ତା । ଏହି ରାସ୍ତାରେ ଯଦି କେହି ଧାର୍ଯ୍ୟ ଗତିଠାରୁ ଅଧିକ ଗତିରେ ଗାଡି ଚଳାଇବେ ତେବେ ସେମାନଙ୍କ ପାଇଁ ମହାଙ୍ଗା ହୋଇଯିବ । ଅତ୍ୟଧିକ ସ୍ପିଡରେ ଗାଡି ଚଳାଉଥିଲେ ଏହାର ଫଟୋ କଏଦ ହେବ କ୍ୟାମେରାରେ । ଆଉ ଦ୍ରୁତ ଚାଳକଙ୍କ ଘରକୁ ସଙ୍ଗେସଙ୍ଗେ କମିସନରେଟ ପୋଲିସ ପକ୍ଷରୁ ପଠାଯିବ ନୋଟିସ । ଠିକ ସମୟରେ ଜରିମାନା ପୈଠ ନକଲେ କୋର୍ଟରେ ମାମଲା ରୁଜୁ ହେବ ।
ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ୧୮ଟି ପ୍ରମୁଖ ରାସ୍ତାରେ ସ୍ପିଡ ଡିଡେକ୍ଟର ଲାଗୁଛି । କମିସନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସସିଏଲ) ପକ୍ଷରୁ ସାରା ରାଜଧାନୀରେ ସିସିଟିଭି ଲାଗିବାକୁ ଥିବାବେଳେ ଏବେ ୮ଟି ସ୍ଥାନରେ ସ୍ପିଡ ଡିଟେକ୍ଟର ଲାଗିବା କାମ ଆରମ୍ଭ ହୋଇଛି । ଏଥିରେ ୪ରୁ ୫ଟି ସ୍ପିଡ ଡିଟେକ୍ଟର ସମେତ ସିସିଟିଭି ଲାଗିଛି । ଜାତୀୟ ରାଜପଥ ୧୬ରେ ସତସଙ୍ଗ ବିହାର ଛକ , ନୂଆପଲ୍ଲୀ ସ୍ଥିତ କ୍ରାଉନ ହୋଟେଲ ସମ୍ମୁଖ, ଖଣ୍ଡଗିରି ପେଟ୍ରୋଲ ପମ୍ପ ସମ୍ମୁଖରେ ଲାଗୁଥିବାବେଳେ ସହର ଭିତରେ ସିବିଆଇ ଛକ, ସୁର କମ୍ପାନୀ ଛକ, ମାଷ୍ଟରକ୍ୟାଣ୍ଟିନ, ରୂପାଲି ଛକ, ନୂଆ ଗାଁ ଛକ ଆଦି ସ୍ଥାନରେ ଲାଗୁଛି ।

LEAVE A REPLY

Please enter your comment!
Please enter your name here