ନିର୍ବାଚନ ମତଦାନ ପାଇଁ ଆଉ ଅଳ୍ପ ଦିନ ବାକି ରହିଥିଲା ବେଳେ ଓଡ଼ିଶାକୁ କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟିଛି । ବିଶେଷକରି ବିଜେପିର ବରିଷ୍ଠ ନେତାମାନେ ଓଡ଼ିଶା ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ମଙ୍ଗଳବାର ବିଜେପି ଅଧ୍ୟକ୍ଷ ଅମିତ ଶାହା ପୁଣି ଥରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଗତ ରବିବାର ଅମିତ ଶାହା ଓଡ଼ିଶା ଆସି ରାଜ୍ୟ ବିଜେପିର ସଙ୍କଳ୍ପ ପତ୍ର ଉନ୍ମୋଚନ କରିଥିଲେ। ପୁଣି ସେ ମଙ୍ଗଳବାର ଓଡ଼ିଶା ଆସି ପୁରୀ ବଡ଼ଦାଣ୍ଡରୁ ବାହାରି ମାଉସୀ ମା ମନ୍ଦିର ଯାଏଁ ବିଜେପିର ରୋଡ଼ ଶୋ’ରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଆସନ୍ତା ୧୫ କିମ୍ବା ୧୬ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ଆୟୋଜିତ ଏକ ସଭାରେ ମୋଦୀ ଯୋଗଦେବେ । ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here