ରାଜ୍ୟରେ ନାବାଳିକା ସଂପୂର୍ଣ୍ଣ ଭାବେ ଅସୁରକ୍ଷିତ । ମୁଖ୍ୟମନ୍ତ୍ରୀ କିମ୍ବା ମହିଳା ଏବଂ ଶିଶୁ ବିକାଶ ମନ୍ତୀ ପୀଡିତାଙ୍କୁ ନଭେଟିବା ନିନ୍ଦନୀୟ । ଆଜି ଏଭଳି ଭାବେ ପୋଲସରା ନାବାଳିକା ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।

କଂଗ୍ରେସ କହିଛି ଯେ, ରାଜ୍ୟରେ ନାବାଳିକାମାନେ ସୁରକ୍ଷିତ ଭାବେ ରହି ପାରୁନାହାନ୍ତି । ସଦାବେଳେ ଦୁଷ୍କର୍ମ ଏବଂ ଆସଦାଚରଣ ମାମଲା ସାମ୍ନାକୁ ଆସୁଛି । ପ୍ରଶାସନ ପୀଡିତାଙ୍କୁ ନ୍ୟାୟ ଦେଇ ପାରୁନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇ ପଡିଛି । ପୋଲସରାରେ ନାବାଳିକାଙ୍କୁ ଅମାନବୀୟ ଭାବେ ଗଣଦୁଷ୍କର୍ମ କରାଯାଇଛି । କିନ୍ତୁ ତାଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ଶିଶୁ ଏବଂ ମହିଳା ବିକାଶ ମନ୍ତ୍ରୀ ଯାଉନାହାନ୍ତି । ଯାହା ନିଶ୍ଚିତ ଭାବେ ନିନ୍ଦନୀୟ ।

ଏହା ସହ ମହିଳା କଂଗ୍ରେସର ଏକ ଟିମ୍ ବ୍ରହ୍ମପୁର ଯାଇ ଏମକେସିଜିରେ ପୀଡିତାଙ୍କୁ ଭେଟିବ । ଏହା ସହ ପୀଡିତାଙ୍କ ପରିବାର ଏବଂ ପ୍ରଶାସନ ସହ ମଧ୍ୟ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ଆହୁରି ମଧ୍ୟ ପୀଡିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦଳ ଦାବି କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ବିଜୟଲକ୍ଷ୍ମୀ ସାହୁ । ସୂଚନାଯୋଗ୍ୟ କି, ଗତ ୩୧ ତାରିଖ ବିଳମ୍ବିତ ରାତ୍ରରେ ଚୋରି କରିବାକୁ ଆସିଥିବା ଲୁଟେରାମାନେ ନାବାଳିକାଙ୍କୁ ତାଙ୍କ ଘରୁ ଉଠାଇନେଇ ଗଣଦୁଷ୍କର୍ମ କରିଥିଲେ ।

LEAVE A REPLY

Please enter your comment!
Please enter your name here