ମହଙ୍ଗା ପଡିଲା ମିଛ କେସ୍ । ମିଛ କେସ୍ ଫାଇଲ କରି ଏବେ ଅଡୁଆରେ ପୋଲିସ । ବରଗଡ ପାଇକମାଳରେ ଜୀବିତ ନାବାଳକକୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲ ପଠାଇଥିବା ଥାନା ଅଧିକାରୀ ଗଣିବେ ୫ ଲକ୍ଷ ଟଙ୍କା । ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ୨୦୧୬ରେ ପାଇକମାଳ ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ବାନ୍ଧିଥିଲା ପୋଲିସ । ହେଲେ ୨୦୧୮ରେ ସମ୍ପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରିଆସିଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଏବେ ଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ ସମ୍ପୃକ୍ତ ଦୁଇ ଜଣ ବ୍ୟକ୍ତି । ମାମଲାର ବିଚାର କରି ସେମାନଙ୍କୁ କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ । ପ୍ରତ୍ୟେକଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ । ଏନେଇ ମାମଲାର ତଦନ୍ତ କରିଥିବା ଥାନା ଅଧିକାରୀ ଏହି କ୍ଷତିପୂରଣ ଦେବେ । କ୍ଷତିପୂରଣ ଆଦାୟ ନେଇ ରାଜ୍ୟ ଗୃହ ବିଭାଗକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ରାଶି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଠାରୁ ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କମିଶନଙ୍କ ଆଦେଶ ରହିଛି । ମାମଲାକୁ ନେଇ ମାନବାଧିକାର କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ ମାନବାଧିକାର କର୍ମୀ ବିଶ୍ୱପ୍ରୀୟା କାନୁନ ଗୋ ।

LEAVE A REPLY

Please enter your comment!
Please enter your name here