ମାଲକାନଗିରି ସୀମାରେ ମୁହାଁମୁହିଁ ହେଲେ ପୋଲିସ ଓ ନକ୍ସଲ | ଉଭୟଙ୍କ ମଧ୍ୟରେ ହେଲା ଗୁଳି ବର୍ଷା | ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଥିବା କୁଟ୍ରିମା ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇ ପୋଲିସ ଓ ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଦେଇଥିଲେ | ପୋଲିସଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ବର୍ଷା ଆରମ୍ଭ କରିଦେଇଥିଲେ | ପରେ ଏହାର ଜବାବ ଦେବାକୁ ଯାଇ ପୋଲିସ ଓ ଯବାନମାନେ ତୁରନ୍ତ ନକ୍ସଲଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ | ମାତ୍ର ପୋଲିସ ଗୁଳିରେ ୨ଜଣ ନକ୍ସଲ ନିହତ ହୋଇଥିଲେ | ଏହି ଦୁଇଜଣ ହେଲେ ଏଲଓସି କମାଣ୍ଡର ଲଛୁ ମାଣ୍ଡୱି ଏବଂ ଜନ ମଲିସିଆ କମାଣ୍ଡର ପଦିଆ । ଉଭୟଙ୍କ ନାଆଁରେ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ । ସେଠାରୁ ପୋଲିସ ୨ଟି ଦେଶୀ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରି ସର୍ଚ୍ଚ ଅପରେସନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here