ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୩୬୩୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୨୧୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୪୧୭ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହେଲେଣି ୮୪,୦୭୩ ଏବଂ ଆକ୍ଟିଭ୍ କେସ୍ ରହିଛି ୨୮,୭୬୩ । ତେବେ ଦିନକୁ ଦିନ ଖୋର୍ଦ୍ଧା ସ୍ଥିତି ସଙ୍ଗୀନ ହୋଇପଡୁଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୭୦, ମୟୂରଭଞ୍ଜ-୩୬୫,ବରଗଡରୁ୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ-୧୮୬, ପୁରୀ-୧୫୭,ଯାଜପୁର-୧୨୭, ବାଲେଶ୍ୱର-୧୧୪, ରାୟଗଡା-୧୧୧, ଗଞ୍ଜାମ-୧୦୭, ନୟାଗଡରୁ ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୯୫, କୋରାପୁଟ-୯୩, କେନ୍ଦ୍ରାପଡା-୮୫, କେନ୍ଦୁଝର ଓ ଝାରସୁଗୁଡାରୁ ୮୦ ଲେଖାଏଁ, ଜଗତସିଂହପୁରରୁ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର-୬୮,ଢେଙ୍କାନାଳ-୫୬,ମାଲକାନଗିରି-୫୫, ସୁବର୍ଣ୍ଣପୁର-୫୦, ନୂଆପଡା-୪୯, ନବରଙ୍ଗପୁର-୪୬, କନ୍ଧମାଳ-୪୪, ଅନୁଗୁଳ-୪୧, ବଲାଙ୍ଗିର-୩୯, କଳାହାଣ୍ଡି ଓ ବୌଦ୍ଧରୁ ୨୭ ଲେଖାଏଁ , ଦେବଗଡ-୧୧,ଗଜପତିରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନାରେ ଆଜି ୮ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୨୨କୁ ବୃଦ୍ଧି । ଗଞ୍ଜାମରୁ ୩ ଓ କଟକରୁ ୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବାଳେଶ୍ୱର, କନ୍ଧମାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ ।

LEAVE A REPLY

Please enter your comment!
Please enter your name here