ଛାତ୍ରଛାତ୍ରୀଙ୍କ ଚାପ କମାଇବ ପରୀକ୍ଷା ଦର୍ପଣ । ପ୍ରଥମେ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ପାଇବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ୫୦ ହଜାର ବହି ପଠାଯାଉଛି । ନୂଆପଡା , ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟକୁ ପଠାଯାଇଛି ପ୍ରଥମ ପର୍ଯ୍ୟାୟ ବହି । ଶିକ୍ଷକଙ୍କ ଆବଶ୍ୟକତା ପାଇଁ ପ୍ରତି ସ୍କୁଲକୁ ଶିକ୍ଷକଙ୍କ ପାଇଁ ଦିଆଯିବ ଗୋଟିଏ ଲେଖାଏ ବହି । ପରୀକ୍ଷା ଦର୍ପଣ ଟେଷ୍ଟ ପେପର ଉନ୍ମୋଚନ କରିବା ସହ ପତାକା ଦେଖାଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବହି ଗାଡିକୁ ୪ଟି ଜିଲ୍ଲାକୁ ପଠାଇଛନ୍ତି । ଫେବ୍ରୁଆରୀ ୧୨ ସୁଦ୍ଧା ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ପହଁଞ୍ଚିବ ବହି । ସେହିପରି ଫେବ୍ରୁଆରୀ ୧୫ ବେଳକୁ ସବୁ ଛାତ୍ରଛତ୍ରୀଙ୍କ ପାଖରେ ବହି ଯେମିତି ପହଁଞ୍ଚିବ ସେ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଡିଇଓ , ବିଇଓ ଓ ପ୍ରଧାନଶିକ୍ଷକ ରହିବେ ବହି ବଣ୍ଟନ ଦାୟିତ୍ୱରେ । ୭୦୦ ପୃଷ୍ଠା ସମ୍ବଳିତ ପରୀକ୍ଷା ଦର୍ପଣ ୬ ଲକ୍ଷ ୨୦ ହଜାର ୫୦୮ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ । କରୋନା ପାଇଁ ଚଳିତ ଶିକ୍ଷାବର୍ଷ ପ୍ରଭାବିତ ହୋଇଛି । ମାଟ୍ରିକ ପରୀକ୍ଷା ପାଇଁ ୩୦ ପ୍ରତିଶତ ସିଲାବସ୍ କମ୍ କରାଯାଇଛି । ଅନଲାଇନ , ଟିଭିରେ ପାଠପଢା ବ୍ୟବସ୍ଥା କରିମଧ୍ୟ ଛାତ୍ରଛାତ୍ରୀ ଠିକରେ ପଢିପାରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ଏହି ପରୀକ୍ଷା ଦର୍ପଣ ଟେଷ୍ଟ ପେପର ।

LEAVE A REPLY

Please enter your comment!
Please enter your name here